ଶ୍ରୀଗଣେଶଙ୍କ ହାତୀ ମୁଣ୍ଡ, ଉର୍ଦ୍ଧ୍ୱମୂଖୀ ଶୁଣ୍ଢ, ଭଙ୍ଗା ଦାନ୍ତ, ମୂଷା ବାହନ କାହିଁକି ?

 

sriganesh-in-the-philosophy-of-yoga-symbolism-in-odia

ଶ୍ରୀଗଣେଶଙ୍କ ଶରୀର ବଡ଼ ଅଦ୍ଭୁତ  । ମାନବ ଶରୀର, ହାତୀର ମସ୍ତକ, ଉର୍ଦ୍ଧ୍ବମୂଖୀ ଶୁଣ୍ଢ, ଭଙ୍ଗା ଦାନ୍ତ, ମୂଷା ବାହନ  । କାହିଁକି ଅଗ୍ରପୂଜ୍ୟ  ବିଘ୍ନ ବିନାଶକ ସିଦ୍ଧ ବିନାୟକଙ୍କ ଏପରି ବିଚିତ୍ର ରୂପ ? ଏବେ ଜାଣନ୍ତୁ ଯୋଗ ସିଦ୍ଧ ଶ୍ରୀଗଣେଶଙ୍କ ଅଦ୍ଭୁତ ରୂପର କାରଣ ।  

ଶ୍ରୀଗଣେଶଙ୍କ ହାତୀ ମୁଣ୍ଡ ଚେତନାର ସାଙ୍କେତିକ ରୂପ, କାରଣ ହାତୀ ମଥାର ବ୍ରହ୍ମରନ୍ଧ୍ରରେ ଥାଏ ଗଜମୁକ୍ତା ପରି ଦୁର୍ମୂଲ୍ୟ ସମ୍ପଦ।

ସେହିପରି ହାତୀ ଶୁଣ୍ଢ କୁଣ୍ଡଳିନୀ ଶକ୍ତି ଜାଗରଣର ପ୍ରତୀକ । ସାଂସାରିକ ମାୟା ବନ୍ଧନ ତୁଟାଇ ମନକୁ ନିୟନ୍ତ୍ରିତ କରି ଉର୍ଦ୍ଧ୍ବମୂଖି କରିବାର ସାଙ୍କେତିକ ରୂପ । ଯେତେବେଳେ ଧ୍ୟାନ କରାଯାଏ, ମନକୁ ମାୟା ଆଚ୍ଛନ୍ନ କରେ । ପ୍ରକୃତିର ତାଡ଼ନାରେ ମନ ନିମ୍ନଗାମୀ ହୁଏ କିନ୍ତୁ ଏହି ମାୟା ବନ୍ଧନକୁ ତୁଟାଇ ଆଗକୁ ଯାଇପାରିଲେ ହିଁ ଆଧ୍ୟାତ୍ମିକ ଉନ୍ନତିର ମାର୍ଗ ଦୃଶ୍ୟମାନ ହୁଏ, ଅଷ୍ଟ ସିଦ୍ଧି ପ୍ରାପ୍ତ ହୁଏ । ଅଣିମା, ମଣିମା, ଲଘିମା, ଗରିମା, ପ୍ରାପ୍ତି, ପ୍ରକାମ୍ୟ, ଇଶିତ୍ବ, ବଶିତ୍ବ- ଏହି ଅଷ୍ଟ ସିଦ୍ଧିର ଦାତା ହୋଇଥିବାରୁ ବିଘ୍ନ ବିନାଶକଙ୍କୁ ଅଷ୍ଟ ବିନାୟକ ରୂପରେ ବି ପୂଜା କରାଯାଏ । 

ଏକଦନ୍ତ ହେବାର ଅର୍ଥ ବିଘ୍ନ ଅତିକ୍ରମ । ଶ୍ରୀଗଣେଶଙ୍କ ବାହନ ମୂଷା, ଚେତନାର ଆଭ୍ୟନ୍ତରକୁ ଗତି କରିବାର ସାଙ୍କେତିକ ପ୍ରତୀକ । କାରଣ ମୂଷା ମାଟି ତଳେ ରହେ । 

ଯୋଗ ଦର୍ଶନ ଅନୁସାରେ ଶ୍ରୀଗଣେଶ ଓ ମାତା ପାର୍ବତୀ ମଧ୍ୟ ମୂଳାଧାର ଚକ୍ରର ଅଧିଷ୍ଠାତା ଓ ଅଧିଷ୍ଠାତ୍ରୀ ।  ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥି, ଚିତ୍ରା ନକ୍ଷତ୍ର, ବ୍ରହ୍ମ ଯୋଗ, ବିଷ୍ଟି କରଣରେ ପାଳିତ ହୁଏ ମାତା ପାର୍ବତୀ ତନୟ ସିଦ୍ଧ ବିନାୟକ ବ୍ରତ । 

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ ।

ନିର୍ବିଘ୍ନଂ କୁରୁ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା ।।


वक्रतुण्ड महाकाय सूर्यकोटि समप्रभ।

निर्विघ्नं कुरु मे देव सर्वकार्येषु सर्वदा॥


Also Read: ଜାଣନ୍ତି କି କିଏ ସର୍ବପ୍ରଥମ କାଉଡ଼ିଆ ?